ବୋଲଗଡ଼ରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ।

ଚିଲିକା, ୮।୯:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମଙ୍ଗଳବାର ଦିନ ବୋଲଗଡ଼ ସଦର ମହକୁମା ସ୍ଥିତ ସରକାରୀ ପି.ଏମ.ଶ୍ରୀ.ବାମନ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ଓ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ନିର୍ମଳା ପ୍ରଧାନ, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ନାୟକ, ବରିଷ୍ଠ ଶିକ୍ଷୟିତ୍ରୀ ରାନୁମା ପ୍ରଧାନ, ପ୍ରାକ୍ତନ ଖେଳ ଶିକ୍ଷକ ଜୟରାମ ଦାସ ଯୋଗଦାନ କରିଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ସିଂହ କାର୍ଯ୍ୟକ୍ରମକୁ ସଂଯୋଜନା ପୂର୍ବକ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଭାରତୀୟ ପ୍ରାଚୀନ ଗୁରୁ ପରମ୍ପରା, ମୂଲ୍ୟବୋଧ ଓ ସଂସ୍କୃତି କୁ ଆଧାର କରି ଶିକ୍ଷାର ବିକାଶ ପାଇଁ ଏକ ଆଦର୍ଶ ସମାଜ ଗଠନ କରିବା ପାଇଁଁ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ସଫଳ କରିବା ଦିଗରେ ଉପଦେଶ ଦେଇଥିଲେ।

ପରେ ଉଲ୍ଲାସ ଲିଫଲେଟକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ।’ ଏହି ‘ କାର୍ଯ୍ୟକ୍ରମ ମାଧ୍ୟମରେ ବୋଲଗଡ଼ ବ୍ଲକ ରେ ସାକ୍ଷରତା ହାର ବୃଦ୍ଧି କରିଥିବାରୁ ୧୪ଜଣ ସାଧନ କେନ୍ଦ୍ର ସଂଯୋଜକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନେ ପ୍ଲା କାର୍ଡ ଧରି ସମସ୍ତ ଅତିଥିଙ୍କ ଗହଣରେ ବିଭିନ୍ନ ଶିକ୍ଷା ସଚେତନତା ମୂଳକ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ବୋଲଗଡ଼ ଗୋପବନ୍ଧୁ ଛକ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଙ୍କ ରଚିତ ଏବଂ ଶିକ୍ଷୟିତ୍ରୀ ତପସ୍ୱିନୀ ସାହୁ ଙ୍କ ନିର୍ଦ୍ଦେଶନାରେ ପଥପ୍ରାନ୍ତ ନାଟକ “ଅରକ୍ଷିତ କୁ ଦ ଇ ବ ସା ହା” ଛାତ୍ର ଛାତ୍ରୀ ମାନେ ମଞ୍ଚସ୍ଥ କରିଥିଲେ। ଉକ୍ତ ନାଟକରେ ବୁଦ୍ଧାଦିତ୍ୟ ବଳିୟାର ସିଂହ ପ୍ରଥମ,ଶ୍ରୀୟା°ଶୁ ଶେଖର ରଣସିଂହ ଦ୍ୱିତୀୟ ଓ ଲକ୍ଷ୍ମୀପ୍ରିୟା ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସଚେତନତା ମୂଳକ ନୃତ୍ୟ ଓ ଗୀତରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପାତ୍ର, ନୀହାର ରଞ୍ଜନ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ବିଚାରକ ଭାବେ ବିଦ୍ୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭିକାରୀ ପୁଷ୍ଟି, ମୁଖ୍ୟ ମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁକାନ୍ତ କୁମାର ଜେନା ଯୋଗଦେଇଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବେଣୁଧର ପରିଡ଼ା, ଶିକ୍ଷକ ସାମନ୍ତ ମାଝୀ, ସୁଶାନ୍ତ କୁମାର ବେହେରା,ବାମନ ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ। ଉକ୍ତ ନାଟକକୁ ବୋଲଗଡ଼ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକ ଉପଭୋଗ କରି ଭୁୟସୀ ପ୍ରଶଂସା କରିଥିଲେ।

ଦିଲ୍ଲୀପ କୁମାର ଶତପଥୀ
ଚିଲିକା ପ୍ରତିନିଧି

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page